ଦେଶରେ ଚିହ୍ନଟ ହେଲେ ୨୬,୯୬୪ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୨୬,୯୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେହି ସମୟ ମଧ୍ୟରେ ୩୪,୧୬୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୬୯% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮% ରହିଛି। ଏଥିସହିତ ଆରୋଗ୍ୟ ହାର ୯୭.୭୭% ରହିଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ମୋଟ ୩,୨୭,୮୩,୭୪୧ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ଦେଶରେ ୩,୦୧,୯୮୯ ସକ୍ରିୟ କରୋନା ରୋଗୀ ରହିଛନ୍ତି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୫.୬୭ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି ଏବଂ ସେହି ସମୟ ସୁଦ୍ଧା ୮୨.୬୫ କୋଟି ପାନ କୋଭିଡ ଟିକା ଦିଆଯାଇଛି।

Comments are closed.