ଦେଶରେ ଦିନକରେ ଚିହ୍ନଟ ହେଲେ ୨୬,୧୧୫ ନୂଆ ଆକ୍ରାନ୍ତ, ୨୫୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୧୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୨୫୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେହି ସମୟ ମଧ୍ୟରେ ୩୪,୪୬୯ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୮୫% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮% ରହିଛି। ଏଥିସହିତ କରୋନାରୁ ଆରୋଗ୍ୟହାର ୯୭.୭୫% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ୫୫.୫୦ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି। ସେହି ସମୟ ମଧ୍ୟରେ ମୋଟ ୮୧.୮୫ କୋଟି ପାନ କୋଭିଡ ଟିକା ଦିଆଯାଇଛି। ଦିନକରେ ୨୫୨ ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୪୫,୩୮୫କୁ ବୃଦ୍ଧିପାଇଛି। ସଂପ୍ରତି ଦେଶରେ ୩,୦୯,୫୭୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.