ତୁରନ୍ତ ଚାଲାଣ କାଟିବାକୁ ପୁନେ-ମୁମ୍ବଇ ତ୍ୱରିତ ରାଜପଥରେ ଲାଗିବ ୨୫୦ କ୍ୟାମେରା

ପୁନେ: ତ୍ୱରିତ ରାଜପଥଗୁଡିକରେ ବରାବର ବେପରୁଆ ଗାଡିଚାଳନା କାରଣରୁ ପ୍ରତିଦିନ ଏକାଧିକ ଦୁର୍ଘଟଣା ଘଟୁଛି ଏବଂ ସେଥିରେ ବହୁ ଧନଜୀବନ ହାନି ଘଟୁଛି। ସେଥିପାଇଁ ପୁନେ-ମୁମ୍ବଇ ତ୍ୱରିତ ରାଜପଥରେ ୨୫୦ଟି ଉଚ୍ଚମାନର ସିସିଟିଭି କ୍ୟାମେରା ଖଞ୍ଜିବାକୁ ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ନିଷ୍ପତ୍ତି ନେଇଛି। ନିଗମର ଜଣେ ଅଧିକାରୀ କହିଛନ୍ତି, ତ୍ୱରିତ ରାଜପଥର ୯୪ କିଲୋମିଟର ଅଂଶରେ ଏହି କ୍ୟାମେରାଗୁଡିକ ଖଞ୍ଜାଯିବ। ଏହାଦ୍ୱାରା ଟ୍ରାଫିକ ଉଲ୍ଲଂଘନ କରୁôଥବା ଏବଂ ବେପରୁଆ ଭାବରେ ଗାଡି ଚଳାଉଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ ଚାଲାଣ କଟାଯାଇପାରିବ। ବୁଦ୍ଧିମାନ ଟ୍ରାଫିକ ପରିଚାଳନାର ଅଂଶସ୍ୱରୂପ ଏହି କ୍ୟାମେରା ଖଞ୍ଜାଯିବ ବୋଲି ସେ କହିଛନ୍ତି। ଏଥିପାଇଁ ନିଗମ କେନ୍ଦ୍ର ଭୃପୃଷ୍ଠ ପରିବହନ ମନ୍ତ୍ରଣାଳୟ ସହିତ ସହଭାଗିତା କରିଛି। ଯଦି କେହି ବେପରୁଆ ଗାଡି ଚଳାଉଥିବା ଅଥବା ଟ୍ରାଫିକ ନିୟମ ଭାଙ୍ଗୁଥିବା କ୍ୟାମେରାରେ ଧରାପଡେ ତେବେ ସାରଥୀ ପୋର୍ଟାଲରୁ ତାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ବାହାର କରାଯାଇ ତାଙ୍କ ନାମରେ ଚାଲାଣ କଟାଯିବ ଏବଂ ତାହା ତାଙ୍କ ମୋବାଇଲ ନମ୍ବରକୁ ପଠାଇ ଦିଆଯିବ। ଏହାଦ୍ୱାରା ଗାଡିଚାଳକମାନେ ସତର୍କ ହୋଇଯିବେ ଏବଂ ଦୁର୍ଘଟଣା ହ୍ରାସପାଇବ। ଏହି କ୍ୟାମେରାଗୁଡିକ ଉଚ୍ଚ କ୍ଷମତା ସମ୍ପନ୍ନ ଏବଂ ସମସ୍ତ ପ୍ରକାର ପାଗ ପରିସ୍ଥିତିରେ ତ୍ରୁଟି ଧରିପାରିବ। ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସେ କହିଛନ୍ତି।

Comments are closed.