ଆସନ୍ତା ୨୪ ମାଣବସା ଗୁରୁବାର ପାଇଁ କଟକ ଓ କେନ୍ଦ୍ରାପଡ଼ା ଜିଲାରେ ସରକାରୀ ଛୁଟି

କଟକ: ଆସନ୍ତା ୨୪ ତାରିଖରେ ମାଣବସା ଗୁରୁବାର ପାଇଁ କେନ୍ଦ୍ରାଞ୍‌ଚଳ ରାଜସ୍ବ କମିଶନର(ଆର୍‌ଡିସି)ଙ୍କ ପକ୍ଷରୁ କଟକ ଓ କେନ୍ଦ୍ରାପଡ଼ା ଜିଲା ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହି ଦିନ କଟକ ଓ କେନ୍ଦ୍ରାପଡ଼ା ଜିଲାର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଆର୍‌ଡିସି ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ୨୪ତାରିଖରେ ମାଣବସା ଗୁରବାର ପଡୁଛି। ଏହା ମାର୍ଗଶିର ମାସର ଚତୁର୍ଥ ତଥା ଶେଷ ଗୁରୁବାର। ଏହିଦିନ ମା’ ଲକ୍ଷ୍ମୀଙ୍କ ପୂଜା ଆରାଧନା ଆଡ଼ମ୍ବର ସହକାରେ ପାଳିତ ହୁଏ। ଏହାକୁ ଦୃଷ୍ଟିରେ ରଖି କଟକ ଆର୍‌ଡିସି ପକ୍ଷରୁ ମାଣବସା ଗୁରୁବାର ପାଇଁ ଡିସେମ୍ବର ୨୪କୁ ଛୁଟି ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ଆର୍‌ଡିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଆର୍‌ଡିସି ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ୨୦୨୦ କ୍ୟାଲେଣ୍ଡର ବର୍ଷରେ ଗୋଟିଏ ସ୍ଥାନୀୟ ଛୁଟି ଦିନ ବ୍ୟବସ୍ଥା ବାକି ରହିଥିଲା। ଏହି ପରିପ୍ରେକ୍ଷୀରେ ୮.୧୨.୨୦୨୦ରେ ପ୍ରଥମାଷ୍ଟମୀକୁ ସ୍ଥାନୀୟ ଛୁଟି ଦିବସ ଭାବେ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ୮.୧୨.୨୦୨୦ରେ ଭାରତ ବନ୍ଦ ଯୋଗୁ ସରକାର ଏହାକୁ ଛୁଟି କରିଥିଲେ। ତେଣୁ ଆସନ୍ତା ୨୪ ତାରିଖରେ ପଡୁଥିବା ମାଣବସା ଗୁରବାରକୁ ଏହି ସ୍ଥାନୀୟ ଛୁଟି ଦିବସ ଭାବେ ଆର୍‌ଡିସି ପକ୍ଷରୁ ଘୋଷଣା କରାଯାଇଛି।

Comments are closed.