ରାଜ୍ୟରେ ୨୪୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୪୭ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୪ ଓ ସ୍ଥାନୀୟ ସଂକ୍ରମିତ ୧୦୩ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୭ ଜଣ ଥିବା ଜଣାଯାଇଛି । ରାଜ୍ୟର ବାଲେଶ୍ୱରରେ ୨, ବରଗଡ ୧, ଭଦ୍ରକ ୨, କଟକ ୨୨, ଦେବଗଡ ୭, ଢେଙ୍କାନାଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଗଜପତି ୨, ଜଗତସିଂହପୁର ୯, ଯାଜପୁର ୮, ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡା ୭, ଖୋର୍ଦ୍ଧା ୧୧୫, କୋରାପୁଟ ୩, ମାଲକାନଗିରି ୧ ଓ ମୟୁରଭଞ୍ଜରୁ ୧୨ ଚିହ୍ନଟ ହୋଇଛନ୍ତି । ପୁରୀ ୨, ରାୟଗଡା ୧, ସମ୍ବଲପୁର ୧୩, ସୁନ୍ଦରଗଡ ୮ ଏବଂ ଷ୍ଟେଟପୁଲରୁ ୨୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକରେ ୩୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୭୯୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Comments are closed.