ରାଜ୍ୟରେ ୨୩୯ ନୂଆ ସଂକ୍ରମିତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ କରୋନାରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୪୦ ଓ ସ୍ଥାନୀୟ ସଂକ୍ରମିତ ୯୯ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୭ ଜଣ ରହିଛନ୍ତି । ରାଜ୍ୟର ବାଲେଶ୍ୱର ଜିଲାରେ ୭, ଭଦ୍ରକ ୨, କଟକ ୨୪, ଦେବଗଡ ୧, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧ ଓ ଯାଜପୁରରେ ୭ ଚିହ୍ନଟ ହୋଇଛନ୍ତି । କନ୍ଧମାଳରେ ୧, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୨୩, କୋରାପୁଟ ୧, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୩, ସମ୍ବଲପୁର ୬ ଜଣଙ୍କୁ ଚିହ୍ନଟ କରାଯାଇଛି । ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୨୯ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧ ଜିଲାରୁ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି ।

Comments are closed.