ରାଜ୍ୟରେ ୨୨୯ ନୂଆ କରୋନା ସଂକ୍ରମିତ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୩ ଓ ସ୍ଥାନୀୟ ସଂକ୍ରମିତ ୯୬ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ୨୯ ଜଣ ଅଛନ୍ତି । ଅନଗୁଳ ଜିଲାରୁ ୧, ବାଲେଶ୍ୱର ୬, ଭଦ୍ରକ ୩, ବଲାଙ୍ଗିର ୧, କଟକ ୧୮, ଦେବଗଡ ୧, ଗଜପତି ୨ ଓ ଗଞ୍ଜାମରେ ୩ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡା ୨, କେନ୍ଦ୍ରାପଡା ୪, ଖୋର୍ଦ୍ଧା ୧୧୩, କୋରାପୁଟ ୩, ମୟୁରଭଞ୍ଜ ୧୧, ନୟାଗଡରେ ଜଣଙ୍କୁ ଚିହ୍ନଟ କରାଯାଇଛି । ପୁରୀ ୩, ସମ୍ବଲପୁର ୧୩, ସୁନ୍ଦରଗଡ ୮, ଷ୍ଟେଟପୁଲରୁ ୨୮ ଚିହ୍ନଟ ହୋଇଛନ୍ତି । ଦିନକରେ ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ୨୬୧୬ ସକ୍ରିୟ କରୋନା ଆକ୍ରାନ୍ତ ରାଜ୍ୟରେ ରହିଛନ୍ତି । ଏହି ସମୟ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।

Comments are closed.