କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ ଦେଶର ଅନୁରୋଧ

ନୂଆଦିଲ୍ଲୀ : କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ଟି ଦେଶ ଅନୁରୋଧ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ସେ ଲୋକସଭାରେ ସୂଚନା ଦେଇ କହିଛନ୍ତି ଭାରତ ଇତିମଧ୍ୟରେ ୧୫ଟି ଦେଶକୁ କରୋନା ଟିକା ଯୋଗାଇ ଦେଇଛି। ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି ଟିକାଗୁଡ଼ିକ ଅନ୍ୟଦେଶକୁ ସହଯୋଗ ଆଧାରରେ ଏବଂ କେତେକ ଦେଶକୁ ବୁଝାମଣା ଆଧାରରେ ପଠାଯାଇଛି।

ଫେବୃଆରୀ ୨ ତାରିଖ ସୁଦ୍ଧା ୫୬ଲକ୍ଷ ଟିକା ସହାୟତା ଆକାରରେ ଯୋଗାଇ ଦିଆଯାଇଥିବାବେଳେ ୧୦୫ ଲକ୍ଷ ଟିକା
ବୁଝାମଣା ଆଧାରରେ ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ଭାରତ ୨୧ଦିନ ମଧ୍ୟରେ ୫୨ ଲକ୍ଷ ଲୋକଙ୍କୁ କୋଭିଡ୍‍-୧୯ ଟିକା ପ୍ରଦାନ କରି  ଏ କ୍ଷେତ୍ରରେ ବିଶ୍ୱର ଦ୍ରୁତତମ ଦେଶ ହୋଇପାରିଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେରିକାକୁ ୨୪ଦିନ, ବ୍ରିଟେନ୍‍କୁ ୪୩ଦିନ, ଇସ୍ରାଏଲକୁ ୪୫ଦିନ ଲାଗିଛି।

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନୋହର ଅଗ୍ନାନି କହିଛନ୍ତି ଗତକାଲି ସଂଧ୍ୟା ୬ଟା ସୁଦ୍ଧା ୫୨ଲକ୍ଷ ୯୦ହଜାର ୪୭୪ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଦେଶରେ ଗତ କାଲିସୁଦ୍ଧା ଏକଲକ୍ଷ ୪ହଜାର ୭୮୧ଟି ସେସନରେ ଏହି ଟିକାକରଣ ହୋଇଥିବା ଡକ୍ଟର ଅଗ୍ନାନି କହିଛନ୍ତି। କେବଳ ଗତକାଲି ୪ ଲକ୍ଷ ୫୭ ହଜାର ୪୦୪ ଜଣଙ୍କୁ ଟିକାଦାନ କରାଯାଇଛି।

Comments are closed.