ରାଜ୍ୟରେ ୨୧୯ ନୂଆ ସଂକ୍ରମିତ; ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଓ ଅନ୍ୟଜଣେ ଝାରସୁଗୁଡା ଜିଲାର ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୧ ଓ ସ୍ଥାନୀୟ ସଂକ୍ରମିତ ୮୮ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୩୨ ଜଣ ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି । ଅନୁଗୁଳରେ ୧, ବାଲେଶ୍ୱର ୪, ଭଦ୍ରକ ୨, ବଉଦ ୧, କଟକ ୧୫, ଢେଙ୍କାନାଳ ୧, ଗଞ୍ଜାମ ୬, ଜଗତସିଂହପୁର ୫ ଓ ଯାଜପୁରେ ୯ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରେ ୪, କେନ୍ଦ୍ରାପଡା ୩, କେନ୍ଦୁଝର ୩, ଖୋର୍ଦ୍ଧା ସର୍ବାଧିକ ୯୬, ମାଲକାନଗିରି ୧, ମୟୁରଭଞ୍ଜ ୧୫, ନୟାଗଡା ୪ ଓ ପୁରୀରେ ୫ ଚିହ୍ନଟ ହୋଇଛନ୍ତି । ରାୟଗଡାରେ ୨, ସମ୍ବଲପୁର ୧୦, ସୁନ୍ଦରଗଡ ୧୦ ଓ ଷ୍ଟେଟପୁଲରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୩୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୮୫ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି ।

Comments are closed.