ଭାରତରେ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ୨୧୬ କୋଟି ଟିକା

ନୂଆଦିଲ୍ଲୀ: ଟିକାକରଣରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତରେ ୧୮କୋଟି ପାନ ଟିକା ଦିଆଗଲାଣି। ଆମେରିକାରେ ସର୍ବାଧିକ ୨୬କୋଟି ଟିକାଦାନ କରାଯାଇଛି। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ ଟିକା ଅଭାବ ସମସ୍ୟା ଦୂର ହୋଇପାରିବ ବୋଲି ଆଜି ଟିକା ସମ୍ପର୍କରେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍‌ଙ୍କ ସୂଚନା ଦେଇଛନ୍ତି।

ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍‌ କହିଛନ୍ତି ଯେ ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଭାରତରେ ୨୧୬କୋଟି ଟିକା ଉପଲବ୍ଧ ହେବ। ଦେଶରେ କୋଭିସିଲ୍ଡ, କୋଭାକ୍ସିନ୍ ସହ ବହୁ ବିଦେଶୀ କମ୍ପାନୀ ଟିକା ବି ମିଳିବ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫କୋଟି କୋଭିସିଲ୍ଡ ଉପଲବ୍ଧ ହେବ। କୋଭାକ୍ସିନ୍ ୨୫କୋଟି, ବାୟୋ ଇ-ଟିକା ୩୦କୋଟି, ଜାଇଡସ୍‌ କାଡିଲା ଟିକା ୫କୋଟି, ଏସ୍‌ଆଇଆଇ ନୋଭାଭାକ୍ସ ୨୦କୋଟି, ବିବି ନାଜାଲ୍‌ ଭାକ୍ସିନ୍ ୧୦କୋଟି, ଜେନୋଭା ଟିକା ୬କୋଟି, ଋଷ ଟିକା ସ୍ଫୁଟନିକ ଭି ୧୫.୬କୋଟି ଉପଲବ୍ଧ ହେବ ବୋଲି ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍‌ ସୂଚନା ଦେଇଛନ୍ତି।

Comments are closed.