ରାଜ୍ୟରେ ୨୧୨ ନୂଆ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୨୩ ଓ ସ୍ଥାନୀୟ ସଂକ୍ରମିତ ୮୯ ଜଣ ରହିଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ୭୦ ଜଣ ରହିଥିବା ଜଣାଯାଇଛି । ବାଲେଶ୍ୱରରେ ୩, ଭଦ୍ରକ ୧, ବଉଦ ୧, କଟକ ୨, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୮, ଝାରସୁଗୁଡାରେ ୨ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ୧, ଖୋର୍ଦ୍ଧା ୯୦, କୋରାପୁଟ ୨, ମୟୁରଭଞ୍ଜ ୧୩, ନୟାଗଡ ୧, ପୁରୀ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୩୯ ଓ ଷ୍ଟେଟପୁଲରୁ ୨୨ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୨୪୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୧୯୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

Comments are closed.