ହେଲମେଟ ପିନ୍ଧି ନ ଥିବାରୁ ୨୧ଜଣଙ୍କ ଲାଇସେନ୍ସ ରଦ୍ଦ !

ଗୁରୁଡିଝାଟିଆ: ହେଲମେଟ ନ ପିନ୍ଧି ବାଇକ ଚଳାଇବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ୨୧ଜଣ ବାଇକ ଆରୋହୀଙ୍କ ଲାଇସେନ୍ସ ଜବତ କରି ପରିବହନ ବିଭାଗକୁ ପଠାଇଛି। ଜବତ ହୋଇଥିବା ଲାଇସେନ୍ସଗୁଡିକୁ ପରିବହନ ବିଭାଗ ରଦ୍ଦ କରିବେ। ଚଳିତ ମାସ ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଗୁରୁଡିଝାଟିଆ ଥାନା ପକ୍ଷରୁ ଥାନା ଅଧିକାରୀ ସମୀର କୁମାର ପଣ୍ଡାଙ୍କ ନେତୃତ୍ୱରେ ଥାନାର ବିଭିନ୍ନ ଅଞ୍ଚଳରେ ବିନା ହେଲମେଟରେ ବାଇକ ଚଳାଉଥିବା ଆରୋହୀମାନଙ୍କୁ ଅଟକାଯାଇ ଲାଇସେନ୍ସ ଜବତ କରାଯାଇଥିଲା। ଗୁରୁଡିଝାଟିଆର ଓରନ୍ଦା, ବାଳି, ମଞ୍ଚେଶ୍ୱର ଓ ଗୁରୁଡିଝାଟିଆ ଛକମାନଙ୍କରେ ଏହି ଯାଞ୍ଚ କରାଯାଇଥିଲା। ପରିବହନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟ କରାଯାଇଥିଲା। ଏଭଳି ଧରପଗଡ ଦ୍ୱାରା ଲାଇସେନ୍ସ ରଦ୍ଦ କରିବା ଫଳରେ ବାଇକ ଚାଳକମାନେ ଅଧିକ ସତର୍କତା ଅବଲମ୍ବନ କରିବେ। ଏହାଦ୍ୱାରା ଦୁର୍ଘଟଣାରେ ଧନଜୀବନ ରକ୍ଷା ପାଇପାରିବ। ଥାନା ଅଧିକାରୀ ଶ୍ରୀ ପଣ୍ଡାଙ୍କ ସହିତ ସବଇନ୍ସପେକ୍ଟର ଶଙ୍କର୍ଷଣ ମିଶ୍ର, ସବଇନ୍ସପେକ୍ଟର ସୁନିଲା ଆନନ୍ଦ, ଧବଳେଶ୍ୱରବିଟ ହାଉସ ଅଧିକାରୀ ବସନ୍ତ କୁମାର ସାଠୁଆଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀମାନେ ବିନା ହେଲମେଟ ବାଇକ ଚଳାଉଥିବା ଆରୋହୀମାନଙ୍କୁ ଅଟକାଇ ଯାଞ୍ଚ କରୁଥିଲେ।

Comments are closed.