ଆସିଲାଣି ହୋର୍ଓ୍ୱିନ୍‌ ଏସ୍‌.କେ ୩; ଥରେ ଚାର୍ଜ କଲେ ଚାଲିବ ୩ଶହ କି.ମି

ନୂଆଦିଲ୍ଲୀ: ବଢ଼ୁଛି ବୈଦ୍ୟୁତି ଯାନର ଚାହିଦା । ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନୀ ଇ-ବାଇକ୍‌ ଓ ଇ-ସ୍କୁଟର ବଜାରକୁ ଛାଡ଼ିଲେଣି । ହେଲେ ସବୁଠାରୁ ବଡ଼ କଥା ହେଉଛି ଏପରି ସମୟରେ ବୈଦ୍ୟୁତିକ ଗାଡ଼ି ଗୁଡ଼ିକରେ ନିଆଁ ଲାଗୁଥିବା ଖବର ମଧ୍ୟ ବାରମ୍ବାର ସାମ୍ନାକୁ ଆସୁଛି । କମ୍ପାନୀ ଗଡ଼ିକ ନିଜର ଗାଡ଼ି ଗୁଡ଼ିକୁ ଆହୁରି ଉନ୍ନତ ଶୈଳୀରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ଏହାରି ଭିତରେ ଚୀନର ବୈଦ୍ୟୁତିକ ୨ ଚିକିଆ ଯାନ କମ୍ପାନୀ ହୋର୍ୱିନ୍ ଏହାର ଲୋକପ୍ରିୟ ମ୍ୟାକ୍ସି-ସ୍କୁଟର ଏସ୍‌.କେ୩ କୁ ୟୁରୋପୀୟ ବଜାରରେ ଲଞ୍ଚ କରିଛି । ଲଞ୍ଚ କରିବା ପରେ ସ୍କୁଟରକୁ ନେଇ କିଛି ପ୍ରତିକ୍ରିୟା ମଧ୍ୟ ରଖିଛି କମ୍ପାନୀ । ହୋର୍ଓ୍ୱିନ୍‌ କହିଛି ଏହି ଯାନକୁ ବହୁ ଉନ୍ନତ କୌଶଳରେ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ଡିଜାଇନ୍‌ ଦେବା ସହ ମାଇଲେଜ ପ୍ରତି ବେଶ ଧ୍ୟାନ ଦିଆଯାଇଛି । ଏହି ସ୍କୁଟରଟି ୩ଶହ କିଲୋମିଟର ଯାଇପାରିବ ବୋଲି କମ୍ପାନୀ ଦାବି ରଖିଛି ।

ହୋର୍ଓ୍ୱିନ୍‌ ଏସ୍‌.କେ୩ରେ ୩.୧କେଡବ୍ଲୁ ଇଲେକ୍ଟ୍ରିକ୍‌ ରହିଛି । ଏହା ୭୨ଭି ୩୬ଏଏଚ୍‌ କ୍ଷମତା ବିଶିଷ୍ଟ । ଏହା ଲିଥିୟମ ଆୟନ ବ୍ୟାଟେରୀ ସହ ସଂଯୋଗ ହୋଇଛି । ଯାହାଦ୍ୱାରା କମ୍ପାନୀ କହିଛି ଏହି ଗାଡ଼ିକୁ ଗୋଟିଏ ଥର ଚାର୍ଜ କଲେ ୩ଶହ କିମି ଯାଏ ଚାଲିପାରିବ । ୨୦୨୨ ହୋର୍ଓ୍ୱିନ୍‌ ଏସ୍‌.କେ ୩ ମ୍ୟାକ୍ସି ଷ୍ଟାଇଲ୍‌ ସ୍କୁଟର ଡ୍ରାଇଭିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ସ୍କୁଟରକୁ ଦର୍ଘଟଣାରୁ ସୁରକ୍ଷା ପାଇଁ ଦୁଇଟି ଯାକ ଚକରେ ଡିସ୍‌ ବ୍ରେକ୍‌ ଦେଇଛି କମ୍ପାନୀ । ତାହାସହ ବିଭିନ୍ନ ଉନ୍ନତମାନର ବ୍ୟବସ୍ଥା କମ୍ପାନୀ ପକ୍ଷରୁ ଏହି ଇ-ସ୍କୁଟରରେ ଯୋଗାଇ ଦିଆଯାଇଛି ।

ଏହି ଇ-ସ୍କୁଟରକୁ ୟୁରୋପୀୟ ବଜାରରେ ବିକ୍ରି ପାଇଁ ସ୍ଥିର କରାଯାଇଛି । ଏହାକୁ ଚୀନ ପ୍ରସ୍ତୁତ କରିଥିବା ବେଳେ ୟୁରୋପ ବଜରରେ ଏହା ୪,୫୦୦ ୟୁରୋରେ ବିକ୍ରି ହେବ ବୋଲି ଜଣା ପଡ଼ିଛି । ୪,୫୦୦ ୟୁରୋ ଅର୍ଥାତ୍‌ ପ୍ରାୟ ୩ଲକ୍ଷ ୬୩ ହଜାର ଟଙ୍କାରେ ଏହା ବିକ୍ରି ହେବ । ତୈଳ ଦରକୁ ଦୃଷ୍ଟିକୁ ନେଇ ଏହି ଗାଡ଼ି ଦ୍ୱାରା ପ୍ରତି ମାସର ସଞ୍ଚୟ ଦ୍ୱିଗୁଣିତ କରିବ । ହେଲେ ଏହି ଇ- ସ୍କୁଟର ଭାରତୀୟ ବଜାରରେ ଉପଲବ୍ଧ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମଳିନାହିଁ ।

Comments are closed.