ଗୁରୁବାର ରାଶିଫଳ (୨୮। ୫।୨୦୨୦ )

ମେଷ: କାର୍ଯ୍ୟ ଆୟତ୍ତାଧୀନ ହୋଇପାରେ। କେତେକ ଘଟଣାରେ ବାଦାନୁବାଦ ଉପୁଜିପାରେ। ଭ୍ରମଣରେ ବିଳାସ-ବ୍ୟସନରେ ମନ ବଳାଇ ପାରନ୍ତି। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି।

ବୃଷ: ସୁଖୀ ହେବେ। ସମ୍ମାନିତ ହେବା ଆଶା କରାଯାଏ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ମାନ୍ୟତାପ୍ରାପ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣର ଅଧିକାରୀ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମିଥୁନ: କାର୍ଯ୍ୟ ଆନନ୍ଦଦାୟକ ହେବ। ସୁସ୍ଥ ଓ ନିରାମୟ ରହିବେ। ସତ୍‍ସଙ୍ଗୀ ହୋଇପାରନ୍ତି। ଶାନ୍ତି ଓ ସନ୍ତୋଷ ମିଳିବ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ।

କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ନୈତିକ ବଳ ବୃଦ୍ଧି ହେବ। ମାନ୍ୟତା ପ୍ରାପ୍ତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ସୃଷ୍ଟି ହୋଇଛି। ସର୍ବାଙ୍ଗୀଣ ଉନ୍ନତି ହେବ।

ସିଂହ: ଧନ-ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତ ହେବ। ବିନୀତ ସ୍ୱଭାବ ଓ ଗୁଣବାନ୍‍ ହେବେ। ବିଦ୍ୟାରେ ଅଳଙ୍କୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଗୁଣବାନ୍‍ ହୋଇପାରନ୍ତି।

କନ୍ୟା: ମୂଲ୍ୟବାନ୍‍ ଦ୍ରବ୍ୟଲାଭର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ଜନସଂପର୍କ ବୃଦ୍ଧି ପାଇବ। ରୋଜଗାର ଯଥେଷ୍ଟ ପରିମାଣର ହୋଇପାରେ। ସନ୍ତାନ, ସନ୍ତତିମାନେ ଗୁଣୀ ଓ ଧନବାନ୍‍ ହେବା ଆଶା କରାଯାଏ।

ତୁଳା: ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ମାନ୍ୟତାପ୍ରାପ୍ତ ହେବେ। ଅର୍ଥ ମିଳିବ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ।

ବିଛା: ଭ୍ରମଣ ଯୋଗ ଅଛି। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ସ୍ୱାଭିମାନର ସହ ଚଳିବେ। ଧନାଗମର ସୂଚନା ମିଳୁଛି। ରାଜପୂଜା ମିଳିପାରେ। ଯାନବାହନଯୁକ୍ତ ହେବେ। ଶ୍ରମର ଅଧିପତି ବା ସକଳ କାର୍ଯ୍ୟର ସୂତ୍ରଧର ହେବେ।

ଧନୁ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜଗି-ରଖି ଚଳିବାକୁ ପଡ଼ିବ। ପେଟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ସାଧନାରେ ସିଦ୍ଧି ଲାଭ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ।

ମକର: ସାମାଜିକ ସ୍ତରରେ ଆଦରଣୀୟ ହେବେ। ସମ୍ମାନିତ ହୋଇପାରନ୍ତି। ଧୈର୍ଯ୍ୟବାନ୍‍ ହେବେ। ପାରିବାରିକ ସୁଖ ମିଳିବ। ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବିବାହ ବିଳମ୍ବ ହେବ।

କୁମ୍ଭ: ଦୂରଯାତ୍ରା ବନ୍ଦ ହୋଇପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି।

ମୀନ: ଅନ୍ୟର ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। କର୍ତ୍ତବ୍ୟପରାୟଣ ହେବେ। ଶୁଭ କାର୍ଯ୍ୟ ପାଇଁ ସ୍ଥିତି ଅନୁକୂଳ ରହିଛି।

Comments are closed.