୨୦୨୦-୨୧ ବଜେଟ : କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୫୯୫୮ କୋଟି ଟଙ୍କା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମରୀରୁ ଅଲଗା ହୋଇଥିବା ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ୨୦୨୦ ବର୍ଷରେ ଭାରତ ଜି-୨୦ ସମ୍ମିଳନୀର ଆୟୋଜନ କରିବ। ଏଥିପାଇଁ ସରକାର ପକ୍ଷରୁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଶନିବାର ଲୋକସଭାରେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Comments are closed.