ଶୁକ୍ରବାର ରାଶିଫଳ ( ୦୪-୦୯-୨୦୨୦)

ମେଷ: ହାତଛଡ଼ା ହୋଇଥିବା କାର୍ଯ୍ୟକୁ ପୁଣି କରାୟତ୍ତ କରିପାରନ୍ତି। ନିର୍ଭରଶୀଳ ନ ହୋଇ ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ ସଂପାଦନ କରିବେ। ଖର୍ଚ୍ଚାନ୍ତ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବେ।

ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରି, ଆତ୍ମ, ସନ୍ତୋଷ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ।

ମିଥୁନ: କର୍ମ ତତ୍ପର ରହିବେ। ଶୁଭ ସମାଚାର ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।

କର୍କଟ: ଯାହା ଆଶା କରୁଥିବେ; ତାହା ମିଳିପାରେ। ପରୋପକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।

ସିଂହ: ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ପ୍ରତି ପାଦପାତରେ ସତର୍କରେ ଚଳିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି।

କନ୍ୟା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ୱାଦୁ ଭୋଜନ ମିଳିବ। ବନ୍ଧୁମେଳରେ ଆନନ୍ଦ ଉପଭୋଗ କରିବେ।

ତୁଳା: ପ୍ରିୟା-ପ୍ରୀତି ତୋଷଣ ନୀତିରୁ ବନ୍ଧୁ ସହାୟତା ପାଇ, ଶତ୍ରୁକୁ ପରାଜିତ କରିବେ। ମାନସିକ ଅଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।

ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇଁ ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। କନ୍ୟା ସନ୍ତାନ ଯୋଗୁଁ ସମ୍ମାନିତ ହେବେ।

ଧନୁ: ଶ୍ରମକାତର ହେବେ ନାହିଁ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି। ବୁଦ୍ଧି, ବିଦ୍ୟା ପ୍ରୟୋଗ କରି ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି।

ମକର: ଆଶୀର୍ବାଦ ଭାଜନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସହାୟତା ମିଳିବ। ଠାକୁର ଦର୍ଶନ ଯୋଗ ଅଛି। ସରକାରୀ ଲାଭ ମିଳିବ।

କୁମ୍ଭ: ବିବିଧ ଧନଯୁକ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ତ୍ୟାଗଶୀଳ ହେବେ। କୀର୍ତ୍ତିମାନ୍‍ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିଭାଗୀୟ ଅର୍ଥ ମିଳିପାରେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି।

ମୀନ: ଉଦ୍‍ଯୋଗୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ରୋଜଗାର ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ତୃପ୍ତିଦାୟକ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟିବେ।

Comments are closed.