୨ ଶହ କୋଟି ଡୋଜ ଟପିଲା କରୋନା ଟୀକାକରଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଡେସ୍କ: ଭାରତ କରୋନା ଟୀକାକରଣ ମାମଲାରେ ଇତିହାସ ରଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଭାରତରେ ୨ ଶହ କୋଟି ଡୋଜ ଟିକାକରଣ ସମ୍ପୂର୍ଣ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାଭିୟାଙ୍କ ଏକ ଟ୍ୱିଟକୁ ରିଟ୍ୱିଟ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ ପୁଣି ଥରେ ଇତିହାସ ରଚିଛି। ୨ ଶହ କୋଟି କରୋନା ଟୀକା ଡୋଜର ସ୍ୱତନ୍ତ୍ର ସଂଖ୍ୟା ପାର କରିଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ। ଭାରତର ଟୀକାକରଣ ଅଭିଯାନକୁ ଏତେ ବଡ ସ୍ତରରେ କରିଥିବାରୁ ଏଥିରେ ଯୋଗଦାନ ଦେଇଥିବା ସମସ୍ତଙ୍କ ପ୍ରତି ଆମେ ଗର୍ବିତ। କରୋନା ବିରୁଦ୍ଧରେ ବୈଶ୍ୱିକ ଲଢେଇକୁ ଏହା ଆହୁରି ଶକ୍ତିଶାଳୀ କରିବ।

Comments are closed.