ଜଳବନ୍ଦୀ ଘଟଣାରେ ୨୦ ଅଫିସରଙ୍କୁ ବରଖାସ୍ତ କଲେ ବିହାର ସରକାର

ସମାଜ ପୋର୍ଟାଲ ଡେସ୍କ: ବିହାର ସରକାର ୨୦ ଜଣ ଅଫିସରଙ୍କୁ ବରଖାସ୍ତ କରିବା ସହିତ ୭ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ଶେଷ ସପ୍ତାହରେ ବର୍ଷା ଯୋଗୁଁ ପାଟଣା ସହର ଜଳବନ୍ଦୀ ହେବା କାରଣରୁ ସେମାନଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବହିଷ୍କାର କରାଯାଇଥିବା ଅଧିକାରୀମାନଙ୍କ ମଧ୍ୟରେ ପାଟନା ମହାନଗର ନିଗମରେ କାର୍ଯ୍ୟ କରୁଥିବା ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅନୁପମ କୁମାର ସୁମନ ଏବଂ ବିହାର ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ନିଗମର ତତ୍କାଳିନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଫିସର ଅମରେନ୍ଦ୍ର ପ୍ରତାପ ସିଂହ ପ୍ରମୁଖ ଅନ୍ତର୍ଭୁକ୍ତ।

ସେହିପରି ୩ ଜଣ ଉପଜିଲ୍ଲାପାଳଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ରାଜ୍ୟ ସରକାର ଏହି ବହିଷ୍କୃତ ଅଧିକାରୀମାନଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନର ଅରୁଣ କୁମାର ସିଂହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟିର ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments are closed.