ପ୍ରକାଶ ପାଇଲା +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ, ପାସ ହାର ୮୯.୬୧%

ଡେସ୍କ: ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ଅଡିଟୋରିଅମରେ କୁଳପତି ପ୍ରଫେସର ହରିହର ହୋତା ପରୀକ୍ଷା ଫଳ ଉନ୍ମୋଚନ କରିଛନ୍ତି। ଏହି ପରୀକ୍ଷାରେ ୮ ହଜାର ୩୨୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ହଜାର ୬୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ ହାର ୮୯.୬୧ ପ୍ରତିଶତ ରହିଛି। ପରୀକ୍ଷା ଫଳ ଆଜି ଅପରାହ୍ନ ୩ଟା ପରଠାରୁ orissaresults.nic.in ୱେବସାଇଟରେ ଉପଲବ୍ଧ ହେବ। ୧୨୮ଟି ପରୀକ୍ଷା କେନ୍ଦ୍ରରେ ୧୬୭ଟି ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ହଜାର ୨୭୧ ଜଣ ପ୍ରଥମ ଶ୍ରେଣୀରେ, ୪ ହଜାର ୮୯୪ ଜଣ ଦ୍ଵିତୀୟ ଶ୍ରେଣୀରେ, ୮୪୬ ଜଣ ତୃତୀୟ ଶ୍ରେଣୀରେ ଓ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଧରଣୀଧର ରଣା ଜଣାଇଛନ୍ତି। ଏହି ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୧୮ ଜଣଙ୍କ ପରୀକ୍ଷା ଫଳକୁ ବାତିଲ କରାଯାଇଛି।

Comments are closed.