ଅନନ୍ତନାଗରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କୀ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ, ସେନା ଏବଂ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଏହି ଏନକାଉଣ୍ଟର ଜାରି ରହିଥିବା କାଶ୍ମୀର ଜୋନ୍‌ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଆଉ କିଛି ଆତଙ୍କୀ ଲୁଚି ରହିଥିବାରୁ ଅପରେଶନ ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବିଜବିହାଡ଼ାର କାନ୍ଦିପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ବୁଧବାର ସନ୍ଧ୍ୟାରେ ଖବର ମିଳିଥିଲା। ଏହା ପରେ ପୁଲିସ, ସେନା ଏବଂ ସିଆରପିଏଫ ପକ୍ଷରୁ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେଶନ ବେଳେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ବି ଏହାର ଜବାବ ଦେଇଥିଲେ। ତେବେ ଅନ୍ଧାର ଯୋଗୁ ଅପରେଶନକୁ ଅଧାରୁ ବନ୍ଦ କରିଦିଆଯାଇଥିଲା। ଗୁରୁବାର ସକାଳୁ ପୁଣି ଥରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

Comments are closed.