ହାଓଡ଼ାରୁ ମହୀଶୂର ଓ ଭାସ୍କୋଡ଼ାଗାମା ଚାଲିବ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍

ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋଡ଼ାଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୦୮୪୦୭ ହାଓଡ଼ା-ଭାସ୍କୋଡ଼ାଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ଏପ୍ରିଲ ୧୭ରୁ ୨୯ ମଧ୍ୟରେ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ରାତି ୧୧.୩୦ମିରେ ଛାଡି ଭାସ୍କୋଡ଼ାଗାମା ଠାରେ ପରବର୍ତ୍ତୀ ଦ୍ଵିତୀୟ ଦିବସ ଅପରାହ୍ନ ୩.୪୫ମିରେ ପହଞ୍ଚିବ। ସେହିପରି ଫେରିବା ମାର୍ଗରେ ୦୮୪୦୮ ଭାସ୍କୋଡ଼ାଗାମା-ହାଓଡ଼ା-ଭାସ୍କୋଡ଼ାଗାମା ସ୍ପେଶାଲ୍ ଭାସ୍କୋଡ଼ାଗାମା ଠାରୁ ଏପ୍ରିଲ ୨୦ରୁ ମେ’ ୨ ମଧ୍ୟରେ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ସକାଳ ୬.୫୦ମିରେ ଛାଡି ହାଓଡ଼ା ଠାରେ ତା’ପରଦିନ ରାତି ୧୧.୨୫ମିରେ ପହଞ୍ଚିବ। ଏହି ଟ୍ରେନ୍ ହାଓଡ଼ା-ଭାସ୍କୋଡ଼ାଗାମା ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଠାରେ ରହଣି କରିବ।

୦୮୧୧୭ ହାଓଡ଼ା-ମହୀଶୂର ବିଶେଷ ଟ୍ରେନ ହାଓଡ଼ା ଠାରୁ ଏପ୍ରିଲ୍ ୨୩ରୁ ୩୦ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୪.୧୫ମିରେ ଛାଡି ମହୀଶୂର ଠାରେ ପରବର୍ତ୍ତୀ ଦ୍ଵିତୀୟ ଦିବସ ଭୋର ୩.୫୦ମିରେ ପହଞ୍ଚିବ। ଫେରିବା ମାର୍ଗରେ ୦୮୧୧୮ ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ମହୀଶୂର ଠାରୁ ଏପ୍ରିଲ୍ ୨୫ରୁ ମେ’ ୨ ମଧ୍ୟରେ ପ୍ରତ୍ୟେକ ରବିବାର ରାତି ୧୧.୪୫ମିରେ ଛାଡି ହାଓଡ଼ା ଠାରେ ପରବର୍ତ୍ତୀ ଦ୍ୱିତୀୟ ଦିନ ପୂର୍ବାହ୍ନ ୧୦.୫୫ମିରେ ପହଞ୍ଚିବ। ଏହି ଟ୍ରେନ୍ ହାଓଡ଼ା ଓ ମହୀଶୂର ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପାଲାସା, ବିଜୟନଗରମ୍, ବିଶାଖାପାଟନମ୍ ଷ୍ଟେସନରେ ରହଣି କରିବ।

Comments are closed.