କାଳ ହେଲା ସେଲଫି,ନଦୀରେ ବୁଡିଗଲେ ୨ ଭଉଣୀ

ଯାଜପୁର: ସେଲଫି ହେଲା କାଳ। ଗାଧୋଇବାକୁ ଯାଇ ସେଲଫି ନେଉଥିବା ବେଳେ ବୁଡିଗଲେ ୨ଭଉଣୀ । ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଥବା ସୂଚନା ମିଳିଛି। ଏଭଳି ଅଘଟଣ ଘଟିଛି ସଦର ଥାନା ଖରଶ୍ରୋତା ନଦୀର ତନ୍ତିଘାଇ ଠାରେ । ସ୍ଥାନୀୟ ଏରବାଙ୍କ ଗ୍ରାମର ୨ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ ଏବଂ ସାଇସ୍ତା ବେଗମ ନିକଟସ୍ଥ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ଫଟୋ ଉଠାଉଥିବା ବେଳେ ଉଭୟ ନଦୀ ଭିତରକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନ ବେଗମଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ବେଗମ ଏବେବି ନିଖୋଜ ଅଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଁଚି ଉଦ୍ଧାର କାର୍ୟ୍ୟ ଚଳଇଛନ୍ତି ।

Comments are closed.