ଦୁର୍ଘଟଣାରେ ଚାଲିଗଲା ୨ ପୋଷ୍ଟମାଷ୍ଟରଙ୍କ ଜୀବନ

ହରଭଙ୍ଗା: ବୌଦ୍ଧ ଜିଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ରାଣିଗଞ୍ଜଠାରେ ବୁଧବାର ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ ଘଟିଛି। ଏହାସହିତ ଜଣେ ଗୁରୁତର ହୋଇଛନ୍ତି। ବିବାହ ଭୋଜି ଖାଇ ଫେରୁଥିବାବେଳେ ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଉଛନ୍ତି ବାରିଙ୍ଗର ପୋଷ୍ଟମାଷ୍ଟର ବିଶ୍ଵନାଥ ସାହୁ ଓ ମାଧପୁର ପୋଷ୍ଟମାଷ୍ଟର ବିରଞ୍ଚି ସାହୁ। ଗୁରୁତରଙ୍କ କୌଣସି ପରିଚୟ ମିଳିପାରିନାହିଁ।

Comments are closed.