ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର ପ୍ରତିଶୋଧ ନେଲା ଭାରତ, ୨ ପାକିସ୍ତାନୀ ସୈନ୍ୟ ନିହତ

ଜାମ୍ମୁ: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ଫଳରେ ଜଣେ ଯବାନ ଶହୀଦ ହୋଇଥିଲେ। ଏହାର ପ୍ରତିଶୋଧ ନେଇଛି ଭାରତୀୟ ସେନା। ଭାରତୀୟ ସେନାର ଜବାବରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ପାକିସ୍ତାନର ୨/୩ଟି ସେନା ଶିବିର ମଧ୍ୟ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ପାକ୍‌ ସେନା ପକ୍ଷରୁ ବୁଧବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ, ଚୁରଣ୍ଡା ଏବଂ ଏହାର ଆଖାପାଖ ଅଞ୍ଚଳରେ ପାକ୍‌ ସେନା ପକ୍ଷରୁ ପ୍ରବଳ ଗୁଳି ମାଡ଼ ହୋଇଥିଲା। ଏଥିରେ ଜଣେ ଜେସିଓ ଶହୀଦ ହେବା ସହିତ ଚୁରଣ୍ଡାରେ ନସିମା ନାମ୍ନୀ ୨୩ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ପାକ୍‌ର ଏହି ଗୁଳିମାଡ଼କୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳରେ ଫଶିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସକାଳେ ଭାରତୀୟ ଯବାନଙ୍କ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ପାକ୍‌ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାତରୀ ଯବାନମାନେ ପ୍ରତିଆକ୍ରମଣ କରିଥିଲେ। ଏଥିରେ ୨ ପାକ୍‌ ସୈନ୍ୟ ନିହତ ହୋଇଥିବା ଜଣାପଡ଼ିଛି।

Comments are closed.