କରୋନା ସଙ୍କ୍ରମିତଙ୍କ ପାଇଁ ରାଜ୍ୟର ସହାୟତା, ଦୁଇଟି ଅକ୍ସିଜେନ ଭର୍ତ୍ତି ଟ୍ୟାଙ୍କର ଗଲା ହାଇଦ୍ରାବାଦ

ଅନୁଗୁଳ: କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ହେଉଥିବାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ପ୍ରଦାନ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଏହି ଅକ୍ସିଜେନ ପୁଲିସ ସହାୟତାରେ ଅନ୍ୟ ରାଜ୍ୟକୁ ପ୍ରଦାନ କରାଯିବ। ଗୁରୁବାର ଅନୁଗୁଳ ନିଶା ଠାରେ ଥିବା ଜିନ୍ଦଲ ପ୍ଲାଣ୍ଟରୁ ଅକ୍ସିଜେନ ଭର୍ତ୍ତି ଦୁଇଟି ଟ୍ୟାଙ୍କର ହାଇଦ୍ରାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ଅକ୍ସିଜେନ ଭର୍ତ୍ତି ଟ୍ୟାଙ୍କର ରାତି ୧୨ଟା ବେଳେ ପୁଲିସର ସ୍ୱତନ୍ତ୍ର ଏସ୍କର୍ଟ ଗାଡି ଦ୍ୱାରା ହାଇଦ୍ରାବାଦକୁ ଯାତ୍ରା ଆରମ୍ଭ କରିଛି।

Comments are closed.