ଚିକିତ୍ସା ଅବହେଳାରୁ ୨ ନବଜାତକ ମୃତ

ଚାନ୍ଦବାଲି : ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଛା ବିବାଦ ଛାଡ଼ୁନାହିଁ । ଏବେ ଡ଼ାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ୨ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ବହଡ଼ିହ ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଶୁକ୍ରବାର ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରସୂତି ବିଭାଗର ଡାକ୍ତର ନଥିବା ବେଳେ ନର୍ସମାନେ ଦୁଇ ମୃତ ଶିଶୁ ପୁତ୍ର ପ୍ରସବ କରାଇଥିଲେ । ଡାକ୍ତରଙ୍କୁ ଯେତେ ଡାକିଥିଲେ ବି ସେ ୩ଘଣ୍ଟା ପରେ ଆସି ପ୍ରସବ କରାଇବାକୁ କହିଥିଲେ । ହେଲା ଜନ୍ମର କିଛି ସମୟ ପରେ ଶିଶୁପୁତ୍ର ଦ୍ବୟ ପ୍ରାଣ ହରାଇଥି​‌େ​‌ଲ । ପୂର୍ବରୁ ସବୁ ରିପୋର୍ଟ ଠିକ ଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ୨ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଶିଶୁର ବାପା। ୨ଶିଶୁଙ୍କୁ ହରାଇ ମେଡିକାଲ ଶଯ୍ୟାରେ ଆଖିରୁ ଲୁହଗଡାଉଛନ୍ତି ମାଆ। ଅଭିଯୋଗ ସମ୍ବନ୍ଧରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ ବିଷ୍ଣୁମୋହନ ସାହୁଙ୍କୁ ପଚାରିବାରୁ ଉକ୍ତ ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ମା’ଙ୍କ ପେଟରେ ମରି ଯାଇଥିବା ବେଳେ ଅନ୍ୟ ଜଣେ ପ୍ରସବ ପରେ ପ୍ରାଣ ହରାଇଥିବା କହିଛନ୍ତି। ତେବେ ଡାକ୍ତରଙ୍କ ଅବହେଳାକୁ ସେ ଅସ୍ୱୀକାର କରିଛନ୍ତି।

Comments are closed.