ରାଜ୍ୟରେ ଆଉ ଦୁଇ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଶୁକ୍ରବାର ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମର ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣର ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।


ଶୁକ୍ରବାର ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମ ଜିଲାର ହୋଇଥିବା ସୂଚନା ମିଳିଛି। ମୃତକ ଦ୍ୱୟଙ୍କର ବୟସ ଯଥାକ୍ରମେ ୬୬ ଓ ୪୦ ବର୍ଷ ବୋଲି ଜଣାପଡ଼ିଛି । ୬୬ ବର୍ଷୀୟ ପୁରୁଷ ଉଚ୍ଚ ରକ୍ତଚାପରେ ପିଡ଼ୀତ ଥିଲେ । ଅନ୍ୟ ୪୦ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପିଡ଼ୀତ ଥିଲେ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପରିସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ଆଜିର ମୃତ ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

 

Comments are closed.