ଘାଟି କାଳୁଆ ଛକରେ ଫୁଟିଲା ଗୁଳି: ୨ ଆହତ, ଟାମଣା ଡନ୍‌କୁ ଖୋଜୁଛି ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଘାଟି କାଳୁଆ ଛକଠାରେ ବୁଧବାର ରାତି ପ୍ରାୟ ୮ଟା ସମୟରେ ଗୁଳିକାଣ୍ଡ ଘଟିଛି। ଏଥିରେ ମେଦିନୀପୁର ଗ୍ରାମର ଦୁଇ ଭାଇ ପ୍ରଶାନ୍ତ କୁମାର ବେହେରା ଓ ପ୍ରଦୀପ କୁମାର ବେହେରା ଆହତ ହୋଇ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଥିବା ଆହତ ପ୍ରଶାନ୍ତଙ୍କ ଭାଇ ସୁଶାନ୍ତ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରିଛି। ଟାମଣା ଡନ୍ ଭାବେ ପରିଚିତ କୁନା ବେହେରା ଓ ତା’ର ସମର୍ଥକମାନେ ଏହି କାଣ୍ଡ ଘଟାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଦୁର୍ଦ୍ଦାନ୍ତ ଅଭିଯୁକ୍ତ କୁନା ବେହେରା ଓ ତା’ର ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି।

Comments are closed.