ସ୍ବର୍ଣ୍ଣ ଜିତିଲେ ରାକେଶ, ସୋନାଲି-ଋତୁ ; ନୌଚାଳନାରେ ୨ ରୌପ୍ୟ

ଜାତୀୟ କ୍ରୀଡ଼ା : ୩ୟ ଦିନରେ ୨ ସ୍ବର୍ଣ୍ଣ ସହ ଓଡ଼ିଶାକୁ ୫ ପଦକ

କଟକ  : ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ାରେ ରବିବାର ଓଡ଼ିଶାକୁ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୫ଟି ପଦକ ମିିିଳିଛି। ୫ଟି ପଦକ ମଧ୍ୟରୁ ନୌଚାଳନାରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ରହିଛି।
ମହିଳା କକ୍ସଲେସ ପେୟାରରେ ସୋନାଲି ସ୍ବାଇଁ ଓ ଋତୁ କାଉଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୭ ମିନିଟ୍‌ ୪୧.୪ ସେକେଣ୍ଡ​ରେ‌ ଅତିକ୍ରମ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ, କେରଳକୁ ରୌପ୍ୟ ଓ ମଧ୍ୟପ୍ରଦେଶ କାଂସ୍ୟ ପଦକ ଜିତିଛନ୍ତି। ମହିଳା ନୌଚାଳନା କକଲେସ -୪ରେ ସଂଯୁକ୍ତା ଡୁଙ୍ଗଡୁଙ୍ଗ, ଝରଣା ହସ୍ତି, ଅସ୍ମିତା କେରକେଟା ଓ ଦୀପିକା ଖୋସ ୭.୦୩.୧ ସହ ରୌପ୍ୟ ପଦକ ଜିତିଛନ୍ତି । ଏଥିରେ କେରଳକୁ ସ୍ବର୍ଣ୍ଣ ପଦକ ମିଳିଛି। ନୌଚାଳନା ପୁରୁଷ ସିଙ୍ଗି୍ଲ ସ୍କଲରେ ଶୋଭିତ ପାଣ୍ଡେ କକଲେସ ଫୋରରେ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଜିମ୍ନାଷ୍ଟିକ ରିଙ୍ଗ୍‌ସରେ ରାକେଶ ପାତ୍ର ୧୩.୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ, ଉତ୍ତର ପ୍ରଦେଶର ଆଦିତ୍ୟ ସିଂହ ରାଣା ୧୨.୭୫ ପଏଣ୍ଟ ସହ ରୌପ୍ୟ ଓ ସର୍ଭିସେସର ଗୌରବ କୁମାର ୧୨.୦୪ ପଏଣ୍ଟ ହାସଲ କରି କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଅସୀ ଚାଳନା ଫଏଲରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଓଡ଼ିଶା କ୍ବାର୍ଟର ଫାଇନାଲରେ ଗୁଜରାଟକୁ ୪୫-୩୦ର ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ସର୍ଭିସେସ ନିକଟରୁ ୨୫-୪୫ରେ ପରାସ୍ତ ହୋଇ କାଂସ୍ୟ ପଦକ​ରେ ସନ୍ତୁଷ୍ଟ ହୋଇଛି ।

Comments are closed.