ଦୁଇ ଯାଆଁଳା ଭାଇ +୨ କଳା ପରୀକ୍ଷାରେ କୃତିତ୍ୱ

ଫୁଲବାଣୀ/ବାଲିଗୁଡା : ପୁଣି ଚର୍ଚ୍ଚରେ ବାଲିଗୁଡ଼ା ଅଞ୍ଚଳର ୨ ଯାଆଁଳା ଭାଇ। ଚଳିତ ଯୁକ୍ତ ପରୀକ୍ଷାରେ ମଧ୍ୟ ଉଭୟ କୃତିତ୍ୱ ଲାଭ କରଛନ୍ତି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଦୁଇ ଯାଆଁଳା ଭାଇ ଦେବାଶିଶ ସାହୁ ଶତକଡା ୮୬ ପ୍ରତିଶତ (୫୧୬ ମାର୍କ) ରଖିଥିବା ବେଳେ ଅନ୍ୟଜଣେ ଭାଇ ଶୁଭାସିଶ ସାହୁ ଶତକଡ଼ା ୮୩.୩୮(୫୦୩  ମାର୍କ) ରଖିଛନ୍ତି। ଏହି ଦୁଇ ଭାଇ ଆକ୍ରାନ୍ତ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି ଦୁଇ ଭାଇ। ବାପା ଭୀମସେନ ସାହୁ ଜଣେ ଡ୍ରାଇଭର ଓ ମା ରଜନୀ ସାହୁ ଗୃହୀଣ। ଏହି ଦୁଇଭାଇ ମ୍ୟାଟ୍ରିକ ପରୀକ୍ଷାରେ ଦେବାଶିଶ ୮୨ ଶତକଡା ମାର୍କ ରଖିଥିବା ବେଳେ ଶୁବାଶିସ ୮୧ ଶତକଡା ମାର୍କ ରଖିଥିଲେ। ଏଥି ସହିତ ବ୍ଳକ ସ୍ତରରେ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ହେଉଥିବା ବକୃତା,କୁଇଜ,ରଚନା ଆଦି ସବୁରେ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି। ଦିନକୁ କଲେଜ ଓ ଟ୍ୟୁସନ ବାଦେ ସେମାନେ ଘରେ ୧୨ଘଣ୍ଟା ପରିଶ୍ରମ କରୁଥିବାର ପ୍ରକାଶ କରିଛନ୍ତି। ସଫଳତାର ପଛରେ ମହାବିଦ୍ୟାଳୟର ଅଧ୍ୟାପକ ଡଃ ବିଭୁତି ଭୁଷଣ ଆଚାର୍ଯ୍ୟ, ଅଧ୍ୟାପକ ଡା ଶୁଶାନ୍ତ କୁମାର ଦାସ,ଅଧ୍ୟାପିକା ସୁଲୋଚନା କହଁର,ଅଧ୍ୟାପିକା ସ୍ନେହଲତା ମାଝୀ,ଅଧ୍ୟାପିକା ସଂଯୁକ୍ତା ନାୟକ,ଅଧ୍ୟାପିକା କାର୍ତିକ ଚନ୍ଦ୍ର  ସାମଲ,ଅଧ୍ୟାପକ ନିଳାଂଚଳ ମହାରଣା ,ଅଧ୍ୟାପକ କୃର୍ଷ୍ଣଚନ୍ଦ୍ର ପଣ୍ଡା ଓ ଟିୟୁସନ ରେ ଅଧ୍ୟାପକ ଦୁଃଖିଶ୍ୟାମ ମହାରାଣା ସମସ୍ତେ ଚେଷ୍ଟା କରିଥିବା ବେଳେ ଆମକୁ ବିଭିନ୍ନ ସମୟରେ ବହି ଓ ନୋଟବୁକ ଦେଇଛନ୍ତି  ଏବଂ ଗାଇଡ କରିଛନ୍ତି ଓପରିବାରର ସମସ୍ତ ସଦସ୍ୟମାନେ ସହଯୋଗ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଦୁଇ ଭାଇ ଭବିଷ୍ୟତରେ ଅଧ୍ୟାପକ ହେବା ପରେ ପ୍ରସାସନିକ ସେବା ବା ଆଇଏଏସ ହେବାକୁ ଇଛା କରିଛନ୍ତି। ଏହି ମାନଙ୍କ ସଫଳତାରେ ବାଲିଗୁଡାର ବିଭିନ୍ନ ମହଲରୁ ଶୁଭେଛାର ଶୁଅ ଛୁଟିଛି।

ସେହିଭଳି ଫୁଲବାଣୀ ଜୁନିୟର କଲେଜର ଯୁକ୍ତ ୨କଳା ପରୀକ୍ଷା ଫଳ ୭୫ ପ୍ରତିଶତ ହୋଇଛି। ମୋଟ ୪୪୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ପାସ୍ ହୋଇଛନ୍ତି। ୧୦୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବଙ୍କଳ ୬୭ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୬୮ ଜଣ ତୃତୀୟ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି। ରମେଶ ରାଉତ ୮୦୭ ନମ୍ବର ରଖି କଲେଜର ଟପ୍ଟର ହୋଇଛନ୍ତି। ସେହିପରି ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷାରେ ମଧ୍ୟ ୭୫ ପ୍ରତିଶତ ଫଳ ହୋଇଛି। ୧୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୨ ଜଣ ପାଶ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୫ ଜଣ , ଦ୍ୱିତୀୟରେ ୩ ଜଣ ଓ ତୃତୀୟ ଶ୍ରେଣୀରେ ୫ ଜଣ ପାସ୍ କରିଛନ୍ତି। ଭାଗ୍ୟଶ୍ରୀ ପୃଷ୍ଟି ୪୭୫ ନମ୍ବର ରଖି ବିଭାଗରେ ଟପ୍ଟର ହୋଇଥିବା ବାଣିଜ୍ୟ ବିଭାଗ ପ୍ରଧ୍ୟାପକ ଜ୍ୟୋତି ପ୍ରକାଶ ରଥ ସୂଚନା ଦେଇଛନ୍ତି। ସରକାରୀ ସଂଜୟ ସ୍ମୃତି ମହିଳା ମହାବିଦ୍ୟାଳାୟରେ ୭୭.୪ ପ୍ରତିଶତ ହୋଇଛି। ମୋଯ ୨୭୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୩ ଜଣ କୃତକାର୍ଯ୍ୟ ହୋଇଚନ୍ତି। ୨୭ଜଣ ପ୍ରଥମ ଶ୍ରେଣୀରେ , ୪୧ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୩୩ ଜଣ ତୃତୀୟ ଶ୍ରେଣୀରେ ପାଶ୍ ହୋଇଥିବା ବେଳେ ୪୫୫ ନମ୍ବର ରଖି ସ୍ମତିରେଖା ପ୍ରଧାନ ମହାବିଦ୍ୟାଳୟର ଟପ୍ଟର ହୋଇଛନ୍ତି।

Comments are closed.