ଏପ୍ରିଲ ୨୮ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ଚଳିତ ବର୍ଷ ଅଫ୍‍ ଲାଇନରେ ହେବ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ୨୮ରୁ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଚଳିତ ବର୍ଷ ପରୀକ୍ଷା ଅଫ୍‍ ଲାଇନରେ ହେବ। ଏନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ।
କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କେ।ହାଳ କରାଯାଇଛି। ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ କରାଯାଇଛି। ପ୍ରଥମଟି ହେଉଛି ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ।
ଦ୍ୱିତୀୟଟି ବାର୍ଷିକ ପରୀକ୍ଷାର ୮୦% ଓ କ୍ୱାଟର ଏଣ୍ଡର ୨୦% ଅନୁସାରେ ମାର୍କ ମିଳିବ। ଦୁଇଟି ବ୍ୟବସ୍ଥାରୁ ଯେଉଁଥିରେ ସର୍ବାଧିକ ରହିବ, ତାହା ଚୂଡାନ୍ତ ହେବ।

Comments are closed.