ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ  

ଭୁବନେଶ୍ୱର: ଚଳିତ ବର୍ଷର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ। ମୋଟ୍ ୩ ଲକ୍ଷ ୫୦ ହଜାର ୮୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥିପାଇଁ ୧୧୪୩ଟି ପରୀକ୍ଷା ସେଣ୍ଟର ବ୍ୟବସ୍ଥା କରାଯାଇଛି। ସକାଳ ସାଢେ ୯ଟା ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ଏବଂ ୧୦ଟା ସୁଦ୍ଧା ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବ। ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏକ ସାମ୍ୱାଦିକ ସମ୍ମିଳନୀରେ ଉଚ୍ଚମାଧ୍ୟାମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.