ଆଉ ୨ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ଆଉ ୨ଟି ମୁଣ୍ଡ ନେଇଛି କରୋନା। ମୃତକ ଦ୍ବୟ ଗଞ୍ଜାମ ଜିଲାର। ଜଣକ ବୟସ ୫୧ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକ ବୟସ ୩୪ ବର୍ଷ ବୋଲି ଜଣାପଡ଼ିଛି। ୫୧ ବର୍ଷୀୟ ବ୍ୟକ୍ତି ଜଣକ ମେଦବହୁଳତା ଏବଂ ଅନ୍ୟ ଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ଅନ୍ୟପଟେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୮ ଜଣକ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ମୋଟ ୪୯୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୭୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୪୬ ଜଣ ସଂକ୍ରମିତ ରହିଛନ୍ତି।

Comments
Loading...