ସ୍କୁଟି ଉପରେ ଚଢିଗଲା ଟ୍ରକ୍: ମାଆ-ପୁଅ ମୃତ, ଜଣେ ଆହତ

ଅନୁଗୁଳ: ଅନୁଗୁଳ ଦଶରା ପଡ଼ିଆ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଉପରେ ଟ୍ରକ୍ ଚଢ଼ିଯିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହା ସହିତ ଜଣେ ଆହତ ମଧ୍ୟ ହୋଇଛନ୍ତି। ମୃତକ ହେଲେ ବାଲିପଟା ଗ୍ରାମର କବିତା ସାହୁ ଓ ତାଙ୍କ ପୁଅ ଶୁଭମ ସାହୁ।
ସୂଚନା ଅନୁସାରେ, ଶୁଭମଙ୍କ ଜନ୍ମଦିନ ପାଇଁ ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଦର୍ଶନ ସାରି ସମ୍ପର୍କୀୟ ସହ ବାଲିପଟା ଫେରୁଥିବା ବେଳେ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ୫୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି। ଘଟଣାସ୍ଥଳରେ ଅନୁଗୁଳ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛି।

Comments are closed.