ହାତୀ ଆକ୍ରମଣରେ ବଡ଼ବାପା-ପୁତୁରା ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ଚାଲିଗଲା ବଡ଼ ବାପା ଓ ପୁତୁରାଙ୍କ ଜୀବନ। ଢେଙ୍କାନାଳ ସଦର ଅନ୍ତର୍ଗତ ଗଇଲୋଠାରେ ସୋମବାର ଏପରି ଅଭାବନୀୟ ଘଟଣା ଘଟିଛି। ମୃତକଦ୍ବୟ ହେଲେ ଗୁଣଦେଇ ଗ୍ରାମର ଫଗୁଆ ଦେହୁରୀ(୫୫) ଏବଂ ତାଙ୍କ ପୁତୁରା ଶିବ ଦେହୁରୀ। ଉଭୟେ ସୋମବାର ସକାଳେ ନିକଟ ଏକ ନାଳକୁ ମାଛ ମାରିବାକୁ ଯାଉଥିଲେ। ଜଙ୍ଗଲିଆ ରାସ୍ତାରେ ଏକ ଦନ୍ତା ହାତୀ ଉଭୟଙ୍କୁ ଦଳି ମାରିଦେଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆଖପାଖ ଅଞ୍ଚଳରେ ୧୬ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବାରୁ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇବା ଲାଗି ଉଦ୍ୟମ ଚଳାଇଛନ୍ତି।

Comments are closed.