+୨ କଟ୍‍ ଅଫ୍‍ ତାଲିକା – ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଆଗରେ

ଡେସ୍କ: ଯୁକ୍ତ ୨ ନାମଲେଖା ପାଇଁ ଆଜି କଟ୍‍ଅଫ୍‍ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଥିବା ବେଳେ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାୟର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି। ଚଳିତ ମାସ ୧୯ ତାରିଖରୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ।

ସୂଚନା ଅନୁଯାୟୀ ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଜୁନିଅର ମହାବିଦ୍ୟାଳୟ ଶୀର୍ଷରେ ରହିଛି। ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍‍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି। ସେହିପରି ଯୁକ୍ତ ୨ ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି। ୮୦.୬୭% ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ଥିବା ବେଳେ ୭୯.୮୩% କଟଅଫ୍‍ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।

କଳାରେ ସର୍ବାଧିକ ୮୩.୫୦% ସହ ପୁରୀର କଣ୍ଡାଖାଇ ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ଦ୍ୱିତୀୟରେ ୮୩.୩୩% ସହ ରେଭେନ୍ସା ଥିବା ବେଳେ ୮୩.୧୭% ସହ ତୃତୀୟରେ କଟକ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ରହିଛି।

Comments are closed.