କୁଟୁରା ଶିକାର ଅଭିଯୋଗରେ ୨କନଷ୍ଟେବଳ ନିଲମ୍ବିତ

ବାଲେଶ୍ବର : ମୟୁରଭଞ୍ଜ ଜିଲା କଳପଳା ବିଟ୍ ହାଉସରେ କୁଟୁରା ଶିକାର କରିବା ଅଭିଯୋଗରେ ଦୁଇ କନଷ୍ଟେବଳ ଗିରଫ ହୋଇଥିଲେ। ଗିରଫ ହୋଇଥିବା ଦୁଇ କନଷ୍ଟେବଳ ଆଜି ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।ଅଭିଯୁକ୍ତ ଦ୍ବୟ ହେଉଛନ୍ତି, ବାଲେଶ୍ଵର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବିଚାରଗଞ୍ଜ ଫାଣ୍ତିର କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମଢେଇ ଓ ହେମନ୍ତ ମହାନ୍ତି ।ସେମାନଙ୍କଠାରୁ ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି ।

Comments are closed.