+୨ ବାଣିଜ୍ୟ ପରୀକ୍ଷାରେ ନିମାପଡ଼ା କଲେଜର ବାଜିମାତ

ନିମାପଡ଼ା : ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ନିମାପଡ଼ା କଲେଜର ପାସ୍‌ ହାର ୯୫ ପ୍ରତିଶତ ରହିଥିବା ଜଣାପଡ଼ିଛି । କଲେଜର ୮୨ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୭୮ ଜଣ ପାସ୍ କରିଥିବା ବେଳେ ୨୮ଜଣ ପ୍ରଥମ, ୨୧ ଜଣ ଦ୍ବିତୀୟ ଏବଂ ୨୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରଣବ ସ୍ବାଇଁ କହିଛନ୍ତି। ବିଷ୍ଣୁପୁର ଗ୍ରାମର ଆଶୁତୋଷ ଦାଶ ୫୧୬ ନମ୍ବର ରଖି କଲେଜ ଟପର ହୋଇଥିବା ବେଳେ ରେଘାଂଳୋ ଗ୍ରାମର ସମୀକ୍ଷା ସାଇଁ ୫୧୫ ନମ୍ବର ରଖି ଦ୍ବିତୀୟ ସ୍ଥାନ ଦଖଲ କରିଛନ୍ତି ।

Comments are closed.