ତାଳଦଣ୍ଡା କେନାଲରେ ବୁଡି ଦୁଇ ଶିଶୁ ମୃତ

ପାରାଦ୍ଵୀପ : ଅଠରବାଙ୍କି ଲକପଡା ବସ୍ତିରେ  ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି।  ଖେଳୁଥିବା ବେଳେ ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଝିଅର ବୟସ ୪ ବର୍ଷ ଓ ପୁଅର ବୟସ ୪ ବର୍ଷ । ସୂଚନା ମୁତାବକ ଆଜି ଲକପଡାରେ ରହୁଥିବା ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷ ର ପୁଅ ଜିତେନ୍ଦ୍ର ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ ସଂଗୀତା ତାଳଦଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡ଼ିଥିଲେ। ମାତ୍ର ଏ ସମ୍ପର୍କରେ କେହି ଜାଣିପାରି ନଥିଲେ। କିଛି ସମୟ ପରେ ଗାଧୋଉଥିବା ଲୋକ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାକୁ ନେଇ ଡାକ୍ତରଖାନା ପରିସର ଓ ଲକ୍ ପଡା ବସ୍ତି ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Comments are closed.