ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ

ସମ୍ବଲପୁର : ସମ୍ବଲପୁରର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଜଣାପଡିଛି। ଏନେଇ ଭୀମସାର ଅଧୀକ୍ଷକ ଡା.ଲାଲମୋହନ ନାୟକ ସୂଚନା ଦେଇଛନ୍ତି। ଜଣେ ୮ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ। ଅସୁସ୍ଥତା ଯୋଗୁଁ ୨ ଶିଶୁ ଭର୍ତ୍ତି ହୋଇଥିବା ବେଳେ , ଆଣ୍ଟିଜେନ ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଇଥିଲେ। ଉଭୟ ଶିଶୁଙ୍କୁ ଭୀମସାରର କୋଭିଡ -୨ରେ ଚିକିତ୍ସା ଜାରି ରହିଛି।

Comments
Loading...