୨୦୨୨-୨୩ ବଜେଟ୍‍ – ସ୍କୁଲ ପିଲାଙ୍କ ପାଇଁ ପିଏମ୍‍-ଇ-ବିଦ୍ୟା , ଟିଭି ଜରିଆରେ ହେବ ପାଠପଢା

ନୂଆଦିଲ୍ଲୀ : ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍‍ ଉପସ୍ଥାପନ କରୁଛନ୍ତି। ଚତୁର୍ଥ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କରୋନା ମହାମାରୀ ସମୟରେ ଏହା ଦେଶର ୨ୟ କାଗଜରହିତ ବଜେଟ୍‍। କରୋନା ମହାମାରୀ ସମୟରେ ବିଭିନ୍ନ କଟକଣା ଲାଗୁ କରାଯିବା ସହ ତାଲାବନ୍ଦ, ସପ୍ତାହାନ୍ତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସବୁକିଛି ବନ୍ଦ କରାଯାଇଥିଲା। ଧିରେ ଧିରେ ସ୍ଥିତିରେ ସୁଧାର ହେବା ପରେ ତାଲାବନ୍ଦ ଖୋଲାଯାଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ କୋଭିଡ ନିୟମ ଅନୁଯାୟୀ ଖୋଲିଥିଲା। ପ୍ରାର୍ଥମିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ପୁଣି କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ନିଷ୍ପତ୍ତି ବଦଳାଯାଇଥିଲା।
ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବଜେଟ୍‍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି,ସ୍କୁଲ ପିଲାଙ୍କ ପାଇଁ ପିଏମ୍‍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଟିଭି ଜରିଆରେ ହେବ। ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢା ପାଇଁ ୨ ଶହ ଚ୍ୟାନେଲ ହେବ। ନେସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲଥ। ଅଙ୍ଗନବାଡିକୁ ଅଧିକ ସୁଦୃଢ କରାଯିବ। ହେବ ସକ୍ଷମ ଅଙ୍ଗନବାଡି। ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡିକୁ ଅପଗ୍ରେଡ କରାଯିବ। ସବୁ ରାଜ୍ୟର ଆଇଟିଆଇରେ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିବ।

Comments are closed.