ଅବକାରୀ ଚଢଉ, ଦେଶୀ ମହୁଲିମଦ ସହ ୨ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ପୃଥକ ପୃଥକ ଦୁଇଟି ସ୍ଥାନରେ ଅବକାରୀ ବିଭାଗ ଚଢଉ କରି ୨୯ଲିଟର ଦେଶୀ ମହୁଲି ମଦ ସହ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ଅବକାରୀ ବିଭାଗ ଚଢଉ କରି ପ୍ରଥମେ ତେଇଶିମାଇଲ ଛକରୁ ଦିଲ୍ଲୀପ ସାହୁ(୩୨)ଙ୍କଠାରୁ ୯ଲିଟର ଏବଂ ତାରୁସିଂ ରେ ଚଢଉ କରି ଶ୍ରବଣ କହଁର (୧୮)ଙ୍କ ଠାରୁ ୨୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଏନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

Comments are closed.