ବଜ୍ରକାପ୍ତା ଚାଲାଣ ଲିଙ୍କରେ ଆଉ ୨ ଗିରଫ

ଭୁବନେଶ୍ବର: ରାଜ୍ୟରେ ବଜ୍ରକାପ୍ତାର ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ପ୍ରାୟ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବନବିଭାଗ କର୍ମଚାରୀ ଚଢାଉ କରି ଚୋରା ଚାଲାଣ ହେବାକୁ ଥିବା ବଜ୍ରକାପ୍ତାକୁ ଜବତ କରୁଛନ୍ତି। ଏହି ଚୋରା ଚାଲାଣ ଲିଙ୍କ କେବଳ ରାଜ୍ୟ ବାହାରକୁ ନୁହେଁ ବରଂ ଦେଶ ବାହାରକୁ ବ୍ୟାପି ଥିବା ପୁଲିସ ସନ୍ଦେହ କରୁଛି। ଏହି କ୍ରମରେ ଆଠଗଡ଼ ବନବିଭାଗ କଟକ ଜିଲା ତିଗିରିଆ ଅଞ୍ଚଳରେ ଚଢାଉ କରି ଶୁକ୍ରବାର ଆଉ ୨ଜଣ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବଜ୍ରକାପ୍ତା କାତି ଓ ବାରହା ଦାନ୍ତ ଜବତ ହୋଇଛି। ଗିରଫ ପୂର୍ବରୁ ସେମାନେ ଚୋରା ଚାଲାଣ ପାଇଁ ଥିବା ବଜ୍ରକାପ୍ତା ଛାଡ଼ି ଦେଇଥିବା ଅନୁମାନ କରାଯାଉଛି।

Comments are closed.