ବୋମାମାଡ ଘଟଣାରେ ୩ ଗିରଫ, ୨ ବାଇକ ଜବତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗାଁରେ ଥିବା ଏକ ତେଜରାତି ଦୋକାନକୁ ବୋମାମାଡ ଘଟଣାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସେମାନଙ୍କ ଦ୍ବାରା ବ୍ୟବହୃତ ୨ ବାଇକକୁ ଜବତ କରିଛି। ଆଜି ଅପରାହ୍ନରେ ଅତର୍କିତ ଭାବରେ ବୋମାମାଡ କରିଥିବା ଅଭିଯୁକ୍ତ ମହାଲକ୍ଷ୍ମୀପୁର ଗ୍ରାମର ହୃଦାନନ୍ଦ ବେହେରା, ତାଙ୍କପୁଅ ପ୍ରକାଶ ବେହେରାଙ୍କ ସହ ସାବିତ୍ରୀପୁର ଗ୍ରାମର କାଳନ୍ଦି ବେହେରାଙ୍କୁ ପୁଲିସ ଗିରଫ କରିଥିଲା।

ପ୍ରକାଶଯୋଗ୍ୟ ତେଜରାତି ଦୋକାନୀ ସୁନିଲ ବେହେରାଙ୍କ ସହିତ ମହାଲକ୍ଷ୍ମୀପୁର ଗ୍ରାମର ହୃଦାନନ୍ଦ ବେହେରା ଓ ତାଙ୍କ ପୁଅ ପ୍ରକାଶ ବେହେରାଙ୍କ ସହିତ ପୂର୍ବ ଶତୃତା ଥିଲା। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ହୃଦାନନ୍ଦ, ପୁତ୍ର ପ୍ରକାଶ ସହିତ କାଳନ୍ଦି ଦୁଇଟି ବାଇକରେ ଆସି ସୁନିଲର ତେଜରାତି ଦୋକାନ ଉପରେ ବୋମାମାଡ କରି ଫେରାର ହୋଇଯାଇଥିଲେ। ଘଟଣା ସଂପର୍କରେ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଥାନାଅଧିକାରୀ ବାମଦେବ ସ୍ୱାଇଁ ଆଜି ଦିନ ତମାମ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

 

ବିଶ୍ୱସ୍ତ ସୁତ୍ରରୁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଜାଣିବାକୁ ପାଇଥିଲେ ଅଭିଯୁକ୍ତମାନେ ଏକ ନିକାଞ୍ଚନସ୍ଥାନରେ ଲୁକାୟିତ ଅଛନ୍ତି । ତେଣୁ ଆଜି ଅପରାହ୍ନରେ ପୋଲିସ ଅତି ଚତୁରାତର ସହିତ ଅଭିଯୁକ୍ତ ତ୍ରୟଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ଓ ସେମାନଙ୍କ ଠାରୁ ବ୍ୟବହୃତ ଦୁଇଟି ବାଇକ ଜବତ କରାଯାଇଛି।

Comments are closed.