୨୬ ଟନ୍ ଚୋରି ଲୁହାଛଡ଼ ଜବତ, ୨ ଗିରଫ

ଚୌଦ୍ୱାର :  ଚୌଦ୍ୱାର ପୁଲିସ ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ କଜଳଖଣା ଗଡ଼ା ନିକଟରେ ଥିବା ଏକ ଲୁହା କାରଖାନା ନିକଟରୁ ୨୬, ୭୫୦ କିଲୋ ଚୋରା ଲୁହାଛଡ଼ ଜବତ କରିବା ସହିତ ଏସଂକ୍ରାନ୍ତରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆପଶି ଗ୍ରାମର ରମାକାନ୍ତ ମହାନ୍ତ(୩୪) ଓ ଚୌଦ୍ୱାର ଟିପିଏମ୍ କଲୋନୀ ଲକ୍ଷ୍ମୀନାରାୟଣ ସାହିର ଅଜୟ ଦାସ(୨୨) । ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସୁତ୍ରରୁ ପ୍ରକାଶଯେ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଏକ ୧୮ ଚକିଆ ଟ୍ରଲରରୁ ଲୁହାଛଡ଼ ଚୋରି ହେଉଥିବା ବିଶେଷ ସୁତ୍ରର ଖବର ପାଇ ଥାନା ଏଏସ୍ଆଇ ଫକିରୁଦ୍ଧିନ୍ ଅଲ୍ଲି ଅହମ୍ମଦ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ। ଘଟଣାସ୍ଥଳରେ ଚୋରାରଡ଼ ବୋଝେଇ ହୋଇ ଥୁଆ ହୋଇଥିବା ଏକ ଗାଡ଼ି ଓ ମାକ୍ସିମା ଟାଟାଏସିଇ ଗାଡ଼ିକୁ ଜବତ କରଯିବା ସହିତ ଗାଡ଼ି ଚାଳକ ରମାକାନ୍ତ ଓ ଅଜୟକୁ ଗିରଫ କରିଥିଲେ। ଘଟଣାସ୍ଥଳରେ ଥିବା ୨ଟି ମଟର ସାଇକେଲକୁ ମଧ୍ୟ ଜବତ କରାଯାଇ ଥାନାକୁ ଅଣା ଯାଇଛି । ଏନେଇ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ସହିତ ଚୋରିରେ ସମ୍ପୃକ୍ତଥିବା ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ପ୍ରକାଶ ।

Comments are closed.