କେନ୍ଦ୍ରାପଡାରେ ଦୁଇଟି ଅଞ୍ଚଳ କଂଟେନମେଂଟ ଜୋନ ଘୋଷଣା

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ରାପଡା ଜିଲ୍ଲାରେ ନୂଆ ୧୦ଟି କରୋନା ପଜିଟିଭ ମାମଲା ସାମନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୬ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଂଟାଇନ ଶେଷ କରି ଘରେ ସଂଗରୋଧରେ ଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଦଶ ଜଣ ଯାକ ବାହାର ରାଜ୍ୟରୁ ଆସିଥିବା ବେଳେ ୮ ଜଣ ସୁରତ, ଜଣେ କୋଟା ଓ ଅନ୍ୟ ଜଣେ ମୁମ୍ବାଇରୁ ଫେରିଛନ୍ତି। ଘରେ ସଂଗରୋଧରେ ରହୁଥିବା ଦୁଇ ଜଣ ବାହାରେ ବୁଲାବୁଲି କରି କ୍ୱାରେଂଟାଇନ ନିୟମ ଉଲ୍ଲଂଘନ କରିଥିବା ଜଣା ପଡିଛି। ତେଣୁ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ବ୍ଲକର କିଛି ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି। ପ୍ରଥମ ସ୍ତରୀୟ ସର୍ଭିଲାନ୍ସ କାମ ସରିଥିବା ସେ କହିଛନ୍ତି।

Comments are closed.