କୋଭିଡ୍‌-୧୯ ପରୀକ୍ଷା ପାଇଁ ୨୦ ନିୟୁତ‌ ପିପିଇ ଏବଂ ୩.୫ ନିୟୁତ ପରୀକ୍ଷା କିଟ୍ ପ୍ରସ୍ତୁତ

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଭାରତରେ ୬ ସପ୍ତାହ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜିଠାରୁ ଦେଶରେ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଅବଧିକୁ ବଢ଼ାଇ ଦିଆଯାଇଛି। ୧.୩ ବିଲିୟନ୍‌ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଦେଶରେ ସବୁଠୁ କରୋନା ଭୂତାଣୁ ସଂକ୍ରମିତ ଅଞ୍ଚଳ ମଧ୍ୟରେ ରହିଥିବା ନୂଆଦିଲ୍ଲୀରେ ଏବେ ଲକ୍‌ଡାଉନ୍‌ କଟକଣାରେ କିଛିଟା କୋହଳ କରାଯାଇଛି। ଫଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଏବଂ ଆତ୍ମନିର୍ଭରଶୀଳ ହେଇ ବିଭିନ୍ନ ଘରୋଇ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଉଛନ୍ତି।
ହଟ୍‌ସ୍ପଟ ବାହାରେ କୋଭିଡ୍‌-୧୯ ପରୀକ୍ଷାକୁ ବାରଣ କରାଯାଇଛି। ପୂର୍ବରୁ ଭାରତରେ ପିପିଇ ଅଭାବ ରହିଥିବାବେଳେ ଏବେ କୋଭିଡ୍‌-୧୯ ପରୀକ୍ଷାକୁ ତ୍ବରାନ୍ବିତ କରିବାକୁ ବର୍ତ୍ତମାନ ୨୦ମିଲିୟନ୍‌ ପିପିଇ ଏବଂ ୩.୫ ମିଲିୟନ୍‌ କିଟ୍ସ ଘରୋଇ କମ୍ପାନୀ ପ୍ରସ୍ତୁତ କରିଛନ୍ତି। ସେହିପରି ବର୍ତ୍ତମାନ ଭାରତ ୮୦,୦୦୦ ଭେଣ୍ଟିଲେଟର ତିଆରି କରାଯାଇଛି, ଯେଉଁଥିରେ ୭୫,୦୦୦ ରୋଗୀଙ୍କୁ ଚିକି୍ତ୍ସା କରାଯାଇପାରିବ ବୋଲି କେନ୍ଦ୍ର ସରକାରଙ୍କ ଫାର୍ମାସିଟ୍ୟୁକାଲ୍ସ ସଚିବ ପି.ଡି.ବାଘେଲା କହିଛନ୍ତି।
ଦେଶରେ ଯେତେବେଳେ ୪୬୯ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ କରାଯାଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ରେ ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏହାପରେ ଏପ୍ରିଲ ମଧ୍ୟଭାଗରେ ଦେଶର ଲକ୍‌ଡାଉନ୍‌ ଅବଧି ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇଥିଲେ। ସେହିପରି ଶୁକ୍ରବାର ଲକ୍‌ଡାଉନ୍‌ ଅବଧି ଆଉ ଦୁଇ ସପ୍ତାହ ବଢ଼ାଇ ଦିଆଯାଇଛି, କିନ୍ତୁ କେତେକ କ୍ଷେତ୍ରରେ କୋହଳ କରାଯାଇଛି ।
କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ତିନୋଟି ଜୋନ୍‌ ଚିହ୍ନଟ କରାଯାଇଛି। କରୋନା ଭୂତାଣୁ ହଟ୍‌ସ୍ପଟ୍‌କୁ ରେଡ୍‌ ଜୋନ୍, ଯେଉଁଠାରେ ଅଳ୍ପକିଛି କରୋନା ସଂକ୍ରମିତ ଚିହ୍ନଟ ହୋଇଛି ସେଠାରେ ଅରେଞ୍ଜ୍‌ ଜୋନ୍‌ ଏବଂ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କମ୍‌ ଥିବା ଅଞ୍ଚଳକୁ ଗ୍ରୀନ୍‌ ଜୋନ୍ ଭାବେ ଚିହ୍ନଟ ହୋଇଛି। ଗ୍ରୀନ୍‌ ଜୋନ୍‌ରେ ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରାଯାଇପାରିବ ବୋଲି କୁହାଯାଇଛି। ଲକ୍‌ଡାଉନ୍‌ ଆରମ୍ଭ ହେବାଠାରୁ ନୂଆଦିଲ୍ଲୀ ଓ ମୁମ୍ବାଇ ସମେତ ବିଭିନ୍ନ ସହର ରେଡ୍‌ ଜୋନ୍‌ରେ ରହିଛି। ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ୬୦୦ ହସ୍‌ପିଟାଲ୍‌ ପ୍ରସ୍ତୁତରହିଛି। ଏଥିରେ ୧୦୦,୦୦୦ ଆସୋଲେସନ୍‌ ବେଡ୍‌ ରହିଥିବାବେଳେ ୧୨,୦୦୦ ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ ରହିଛି। ବର୍ତ୍ତମାନ ଦେଶ କମ୍ୟୁନିଟି ସଂକ୍ରମଣ ପରିସ୍ଥିତି ଉପନୀତ ହୋଇଛି। ଏହାପରେ ସ୍ବାସ୍ଥ୍ୟସେବାକୁ ସୁରକ୍ଷା ଦିଆଯାଇପାରିବ ବୋଲି କମ୍ୟୁନିଟି ମେଡ଼ିସିନ୍‌ ବିଶେଷଜ୍ଞ ଡ.ଟି.ସୁନ୍ଦରରମନ୍‌ କହିଛନ୍ତି। ଏପରିକି ଯେଉଁମାନଙ୍କୁ ସାଧାରଣ ଜ୍ବର ହେଉଛି ସେମାନଙ୍କୁ ମେଡ଼ିକାଲ୍‌ଗୁଡ଼ିକ କୋଭିଡ୍‌-୧୦ ପରୀକ୍ଷା ପାଇଁ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ପରାମର୍ଶ ଦେଉଛନ୍ତି, ଯାହା ଠିକ୍‌ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.