ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ

ରାଞ୍ଚି: ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ମତ ସାବ୍ୟସ୍ତ କରିବେ। ୧୩ଟି ଆସନରେ ମୋଟ ୧୮୯ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ଶନିବାର ସକାଳୁ ସକାଳୁ ଭୋଟରମାନେ ବୁଥରେ ପହଞ୍ଚି ମତଦାନ କରୁଥିବା ଦେଖିବାକୁ ମିଳିଛି। ଭୋଟ ଗ୍ରହଣ ପାଇଁ ୪ ହଜାର ୮୯୨ ବୁଥ କରାଯାଇଛି। ଏସବୁ ନିର୍ବାଚନମଣ୍ଡଳୀ ମାଓବାଦୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜନତାଙ୍କୁ ବହୁ ସଂଖ୍ୟାରେ ଭୋଟଦାନ କରିବାକୁ ନିବେଦନ କରିଛନ୍ତି। ଆପଣମାନଙ୍କ ଗୋଟିଏ ମତ ରାଜ୍ୟର ବିକାଶରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.