ଭାରତରେ ପ୍ରଥମ ଓମିକ୍ରନ ମୃତ୍ୟୁ

ଆସାମ, ଛତିଶଗଡ଼କୁ ବ୍ୟାପିଲା ଓମିକ୍ରନ ସଂକ୍ରମଣ

ନୂଆଦିଲ୍ଲୀ : କରୋନାର ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ରାଜସ୍ଥାନ ଉଦୟପୁରର ବାସିନ୍ଦା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲଙ୍କ କହିବା ଅନୁଯାୟୀ ୭୨ବର୍ଷୀୟ ଏହି ଆକ୍ରାନ୍ତଙ୍କ ନମୁନା ପରୀକ୍ଷାରେ ଓମିକ୍ରନ ସଂକ୍ରମିତ ବାହାରିଥିଲା। ଏହା ଭାରତର ପ୍ରଥମ ଓମିକ୍ରନ ମୃତ୍ୟୁ ବିବେଚନା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ୧୭ବର୍ଷ ହେଲା ମଧୁମେହରେ ପୀଡିତ ଥିଲେ। ଡିସେମ୍ବର ୩୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ବୁଧବାର ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଥିବାବେଳେ ୮୨୮ଜଣ ସୁସ୍ଥ ହୋଇଥିଲେ। ମହାରାଷ୍ଟ୍ରରେ ସର୍ବାଧିକ ୬୫୩, ଦିଲ୍ଲୀରେ ୪୬୪, କେରଳରେ ୧୮୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆସାମ ଓ ଛତିଶଗଡ଼କୁ ଓମିକ୍ରନ ସଂକ୍ରମଣ ବ୍ୟାପିଛି। ରାଜ୍ୟରେ ଆଜି ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.