ହେତମେୟରଙ୍କ ଶତକ ବିଜୟ ଆଡକୁ ଅଗ୍ରସର ହେଉଛି ୱେଷ୍ଟଇଣ୍ଡିଜ

ଚେନ୍ନଇ:ଚେନ୍ନଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ଦିନିକିଆରେ ବିଜୟ ଆଡକୁ ଅଗ୍ରସର ହେଉଛି ୱେଷ୍ଟଇଣ୍ଡିଜ। ୱେଷ୍ଟଇଣ୍ଡିଜର ଧୁଆଁଧାର ବ୍ୟାଟ୍ସମ୍ୟାନ ସିମ୍ରନ ହେତମେୟରଙ୍କ ଶତକ ଦଳର ସ୍ଥିତିକୁ ଆହୁରି ମଜଭୁତ କରିଛି। ହେତମେୟର ୮୫ ବଲର ସାମ୍ନାକରି ୪ଟି ଛକା ଏବଂ ୮ଟି ଚୌକା ବଳରେ ନିଜ ଶତକ ପୁରଣ କରିଥିଲେ। ହେତମେୟରଙ୍କ ସହ ଓପନର ସାଇ ହୋପ ମଧ୍ୟ ଦମଦାର ପଦର୍ଶନ ସହ ନିଜର ଅର୍ଦ୍ଧଶତକ ପୂରଣ କରି ବର୍ତ୍ତମାନ ସୁଦ୍ଧା ପଡିଆରେ ମହଜୁଦ ରହି ୱେଷ୍ଟଇଣ୍ଡିଜକୁ ବିଜୟର ନିକଟ ବର୍ତ୍ତି କରାଉଛନ୍ତି।

ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଭାରତ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଭାରତୀୟ ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ସଂଗ୍ରହ କରି ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

Comments are closed.